କ୍ଷମତା ବଣ୍ଟନ ପ୍ରସ୍ତାବକୁ ଶିବକୁମାର ଓ ସିଦ୍ଦରମେୟାଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର ହୋଇପାରୁନି। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ କର୍ଣ୍ଣାଟକରେ ସରକାର ଗଠନ ନେଇ ବୈଠକ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ କ୍ଷମତା ବଣ୍ଟନ ଯୋଜନାକୁ ଉଭୟ ଡିକେ ଶିବକୁମାର ଓ ସିଦ୍ଦରମେୟା ପ୍ରତ୍ୟାଖ୍ୟାନ କରିଥିବା ସୂଚନା ମିଳିଛି।

ସୂତ୍ର ଅନୁଯାୟୀ ସିଦ୍ଦରମେୟାଙ୍କ ସହ ବିଧାୟକ ଓ ଡିକେ ଶିବକୁମାରଙ୍କ ଲୋକମାନେ ନିରପେକ୍ଷ ଅଛନ୍ତି। ଏହାର କାରଣ ସିଦ୍ଦରମେୟା ସେମାନଙ୍କ ପାଇଁ ପ୍ରଚାର କରିଥିଲେ। ଏ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ଆଉ କିଛି ଦିନ ବିଳମ୍ବ ହେବାର ସମ୍ଭାବନା ରହିଛି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ଚୟନ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କର୍ଣ୍ଣାଟକର ଅଧିକ ନେତାଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲ ଓ ସୋନିଆ ଖଡଗେଙ୍କ ନିଷ୍ପତ୍ତିକୁ ଅନୁସରଣ କରିବେ।

Leave a Reply

Your email address will not be published. Required fields are marked *

Back to top button