ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଉଠାଦୋକାନ ବନ୍ଦ

ପୁରୀ : ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ ଦିଆଯାଉଛି। ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ଵେଚ୍ଛାସେବୀ ମୁତୟନ ରହିବେ। ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି। ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି। ଭକ୍ତଙ୍କ ଲାଗି ପ୍ରତି ସେଡରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅଧିକ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *

Back to top button