ଏଏସଓ ପରୀକ୍ଷା ଅନିୟମିତତା ମାମଲା : ମେରିଟ ଲିଷ୍ଟ ହାଇକୋର୍ଟରେ ଖାରଜ

ଭୁବନେଶ୍ଵର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଏହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଓପିଏସସି ପକ୍ଷରୁ ଏ ଏସ ଓ ପରୀକ୍ଷାରେ ଅନିୟମିତତା ମାମଲା ରିଟ୍ ଆବେଦନରେ ପିଟିସନରଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି। ହାଇକୋର୍ଟ କହିଛନ୍ତି ପ୍ରକାଶ ପାଇବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ। ତେଣୁ ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ପୁନଃ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା। ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବି ଲାଗି ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ମାମଲାର ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button