କର୍ଣ୍ଣାଟକ ବିଧାନସୌଧକୁ ଗୋ-ମୂତ୍ର ଓ ଗଙ୍ଗାଜଳରେ ପବିତ୍ର କଲା କଂଗ୍ରେସ

ବେଙ୍ଗଲୁର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ସରକାର ଗଠନ କରିଛି କଂଗ୍ରେସ। ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବକୁମାର୍। ସରକାର ଗଠନର ପ୍ରଥମ ଦିନରେ ବିଧାନସଭାକୁ ଗୋ-ମୂତ୍ର ଛିଂଚି ପବିତ୍ର କରାଯାଇଛି। ବିଜେପି କାର୍ଯ୍ୟକାଳରେ ପବିତ୍ର ବିଧାନସଭାକୁ ଅପବିତ୍ର କରିଥିବା କହି କଂଗ୍ରେସ କର୍ମୀମାନେ ଏପରି କରିଛନ୍ତି।

ଖବର ଅନୁଯାୟୀ କଂଗ୍ରେସ କର୍ମୀମାନେ କେବଳ ଗୋ-ମୂତ୍ର ନୁହେଁ ଗଙ୍ଗାଜଳ ଛିଂଚି ବିଧାନସୌଧକୁ ପବିତ୍ର କରାଇଥିବା କହିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଶିବକୁମାର୍। ଏଥିସହ ସମସ୍ତେ ମିଶି ହନୁମ।ନ ଚାଳିସା ପାଠ କରିଛନ୍ତି। ଶିବକୁମାର କହିଛନ୍ତି ବିଜେପି ସରକାର କାର୍ଯ୍ୟକାଳ ଭିତରେ ଦୁର୍ନୀତି ଦ୍ୱାରା ବିଧାନସଭାକୁ ଅପବିତ୍ର କରିଦେଇଛନ୍ତି। ବିଜେପି ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗକରି କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା। ବିଜେପି ଏକ ଲକ୍ଷ ୫୦ ହଜାର କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆଣିଥିଲା। କର୍ଣ୍ଣାଟକବାସୀ କଂଗ୍ରେସ ବାସ୍ତବକୁ ଗ୍ରହଣକରି କଂଗ୍ରେସକୁ ୧୩୫ଟି ଆସନରେ ବିଜୟୀ କରିଛନ୍ତି। ଯାହାଫଳରେ ଦଳ ସରକାର ଗଢିବାକୁ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *

Back to top button