କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୨୦ରୁ ଶ୍ରେଣୀଗୃହରେ ପାଠ ପଢିବେ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖଠାରୁ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହେବ। କରୋନା କଟକଣା ସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। କରୋନା ଯୋଗୁଁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଅନେକ ସର୍ତ୍ତ ରହିଛି। ହଷ୍ଟେଲ୍ ଗୁଡିକ ଆସନ୍ତା କାଲିଠାରୁ ଖୋଲିଯିବ। ରାଜ୍ୟରେ ଥିବା ବେସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ପାଳନ କରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button