ହ୍ୱାଟ୍‌ସଆପରେ ହେବ ଲ୍ୟାଣ୍ଡସ୍କେପ୍‌ ମୋଡରେ ଭିଡିଓ କଲିଂ

ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ୍‌ ନୂଆ ଫିଚର ଆଣିଛି। ୟୁଜର୍ସଙ୍କୁ ଅଧିକ ସହଜ ଓ ସରଳ ସେବା ଯୋଗାଇବାରେ ଏହା ସହାୟକ ହେବ। କମ୍ପାନୀ ପକ୍ଷରୁ କୁହାଯାଇ ଏହା ଫିଚର ହେବ ୟୁଜର୍ସ ଫ୍ରେଣ୍ଡଲି।

ଖବର ଅନୁଯାୟୀ ଏଣିକି ହ୍ୱାଟ୍‌ସଆପ୍‌ରେ ଭିଡିଓ କଲ୍‌ ବେଳେ ଆଉ ଫଟୋ ବା ଭିଡିଓ ଛୋଟ ଦେଖାଯିବ ନାହିଁ। ଫୁଲ୍‌ ସ୍କ୍ରିନ୍‌ରେ କରିହେବ ଭିଡିଓ କଲିଂ। ୟୁଜର୍ସମାନେ ଭିଡିଓ କଲ୍‌ କରିବା ସମୟରେ ଲ୍ୟାଣ୍ଡସ୍କେପ୍‌ ମୋଡ ବ୍ୟବହାର କରି ଏହି ସୁବିଧା ପାଇପାରିବେ। ଏହାଛଡା

ହ୍ୱାଟ୍‌ସଆପ୍‌ରେ କେହି ଅଜଣା ବ୍ୟକ୍ତି କଲ୍‌ କରେ ଆପଣ ଚାହିଁଲେ ସାଇଲେଣ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ ସେଟିଂକୁ ଯାଇ ଫ୍ରାଇଭେସିକୁ ଯିବା ପଡ଼ିବ। ସେଠାରୁ କଲ୍‌କୁ ଯାଇ ସାଇଲେନ୍ସ ଅନ୍‌ନୋନ୍‌ କଲକୁ କ୍ଲିକ୍‌ କରିବାକୁ ପଡ଼ିବ। ଏସବୁ ଫିଚର କେବଳ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ। ସେମାନେ ହ୍ୱାଟ୍‌ସଆପ୍‌ ଅପ୍‌ଡେଟ୍‌ କରିବା ପରେ ନୂଆ ଫିଚର ବ୍ୟବହାର କରିପାରିବେ।

ଖୁବ୍‌ଶୀଘ୍ର ହ୍ୱାଟସ୍‌ ଆପ୍‌ ୟୁଜର୍ସଙ୍କ ପାଇଁ ଷ୍ଟିକର ଟ୍ରେ ଫିଚର ଆଣିବ ବୋଲି ଘୋଷଣା କରିଛି। କିନ୍ତୁ ଏଥିନିମନ୍ତେ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନି। ପୂର୍ବରୁ ହ୍ୱାଟସ୍‌ ଆପ୍‌ରେ ୭ ଜଣଙ୍କ ଦ୍ୱାରା ଗ୍ରୁପ୍‌ କଲ୍‌ କରାଯାଉଥିଲା। ଏବେ ଏହି ସୀମାକୁ ୧୫ ଜଣ ପର୍ଯ୍ୟନ୍ତଙ୍କୁ ବଢ଼ାଇ ଦିଅଯାଇଛି। ଅର୍ଥାତ ଏକାଥରେ ୧୫ ଜଣ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ କଲ୍‌ର ମଜା ନେଇ ପାରିବେ।

Leave a Reply

Your email address will not be published. Required fields are marked *

Back to top button