କକାପୁଅ ଭାଇଙ୍କୁ ଗୁଳିକରି ହତ୍ୟା

ଅନୁଗୁଳ : ଆଠମଲ୍ଲିକ ବ୍ଲକ କେଞ୍ଚୁଆନାଳୀ ଗ୍ରାମରେ ବୁଧବାର ସନ୍ଧ୍ୟାରେ ହତ୍ୟାକାଣ୍ଡ। ଶ୍ରୀକାନ୍ତ ଭୋଇ ନାମକ ଯୁବକ ତୋଫାନ ଭୋଇଙ୍କୁ ଦେଶୀ ବନ୍ଧୁକରେ ଗୁଳି କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶ୍ରୀକାନ୍ତ ଏକ ଦେଶୀ ବନ୍ଧୁକରେ ତୋଫାନକୁ ଗୁଳି କରି ହତ୍ୟା କରିଛନ୍ତି। ଖବର ପାଇ ଠାକୁରଗଡ଼ ଆଇଆଇସି ଓ ଆଠମଲ୍ଲିକ ଏସଡିପିଓ ପୋଲିସ ଟିମ୍‌ ସହ ଘାଟଣାସ୍ଥଳରେ ପହଁଚି ଅନୁଧ୍ୟାନ କରୁଛନ୍ତି। ଶ୍ରୀକାନ୍ତ ଓ ତୋଫାନ ସମ୍ପର୍କରେ କକାପୁଅ ଭାଇ। ଜମିବାଡ଼ିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ବୁଧବାର ରଜ ପାଇଁ ଘରେ ଗହଳି ଥିବାବେଳେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଶ୍ରୀକାନ୍ତ ଉତକ୍ଷିପ୍ତ ହୋଇ ତୋଫାନଙ୍କୁ ଗୁଳିକରି ଫେରାର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button