ପାଶ୍ଚାତ୍ୟ ଦେଶମାନେ ନିଆଁ ସହ ଖେଳୁଛନ୍ତି : ରୁଷ୍

ମସ୍କୋ : ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ୟୁକ୍ରେନକୁ ଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି। ରୁଷ ଏହାର ଜବାବ ଦେବ। ପାଶ୍ଚାତ୍ୟ ଦେଶମାନଙ୍କୁ ଏଭଳି ଚେତାବନୀ ଶୁଣାଇଛନ୍ତି ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ।

ଖବର ଅନୁଯାୟୀ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନକୁ ଏଫ୍ -୧୬ ଲଢୁଆ ବିମାନ ଯୋଗାଣ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପକୁ ନେଇ ରୁଷ୍ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପାଶ୍ଚାତ୍ୟ ଦେଶ ପାଇଁ ଏକ ବଡ଼ ବିପଦ ହେବ ବୋଲି ରୁଷର ଉପବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡର ଗ୍ରୁସ୍କୋ କହିଛନ୍ତି।

ସେହିପରି ରୁଷ୍ ରାଷ୍ଟ୍ରଦୂତ କିଭ୍ କହିଛନ୍ତି ଏହି ପଦକ୍ଷେପ ରୁଷିଆ-ୟୁକ୍ରେନ୍ ସଂଘର୍ଷରେ ନାଟୋର ସମ୍ପୃକ୍ତିକୁ ସୂଚାଉଛି। ନାଟୋ ହେଉଛି ବିଶ୍ୱର ସର୍ବବୃହତ ସାମରିକ ସଂଗଠନ। ୟୁକ୍ରେନ ଏହାର ସଦସ୍ୟତା ନେବାକୁ ଉଦ୍ୟମ କରୁଛି। ବର୍ତ୍ତମାନ ନାଟୋରେ ୩୧ଟି ଦେଶ ରହିଛନ୍ତି। ଯଦି କୌଣସି ଦେଶ ନାଟୋ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶ ଉପରେ ଆକ୍ରମଣ କରେ ତେବେ ଏହି ଦେଶଗୁଡ଼ିକ ଏହାକୁ ନିଜ ଉପରେ ଆକ୍ରମଣ ବୋଲି ବିବେଚନା କରନ୍ତି। ଆଉ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରି ସେହି ଦେଶ ସହିତ ଠିଆ ହୁଅନ୍ତି। ହେଲେ ୟୁକ୍ରେନ ନାଟୋରେ ମିଶୁ ଏହା ଚାହୁଁନି। ତେଣୁ ବିରୋଧ କରୁଛି।

Leave a Reply

Your email address will not be published. Required fields are marked *

Back to top button