କୂଅରୁ ମିଳିଲା ଏସିଡ୍ ଆକ୍ରମଣ ଶିକାର ଯୁବତୀଙ୍କ ଶବ

ଜୟପୁର : ଅପହରଣ ହୋଇଥିବା ଜଣେ ୧୮ ବର୍ଷୀୟ ଯୁବତୀଙ୍କ ଶବ କୂଅରୁ ଉଦ୍ଧାର ହୋଇଛି। ତାଙ୍କୁ ଏସିଡ୍ଦ୍ଵାରା ଆକ୍ରମଣ କରାଯାଇଥିବା ପୋଲିସ କହିଥିବା ବେଳେ ଏହି ଘଟଣା ରାଜସ୍ଥାନର କରୌଲି ଜିଲ୍ଲାରେ ଘଟିଛି।
ଖବର ଅନ୍ୟଯାୟୀ ପୋଲିସ ଦେଇଥିବା ସୂଚନା ହେଲା ତୋଡ଼ାଭୀମ ଅଞ୍ଚଳର ମୋହନପୁରର ଯୁବତୀ ଜଣଙ୍କ ବୁଧବାର ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଥିଲା ତାଙ୍କୁ ଅପହରଣ କରି ହତ୍ୟା କରାଯାଇଛି।
ଏହି ଘଟଣାକୁ ଡାକ୍ତରଖାନା ସମ୍ମୁଖରେ ସାଂସଦ କିରୋଡ଼ିଲାଲ୍ ମୀନାଙ୍କ ସମେତ ବିରୋଧୀ ବିଜେପିନେତା ଓ ମୃତ ଯୁବତୀଙ୍କ ପରିବାର ଲୋକେ ଧାରଣା ଦେଇଥିଲେ। ଅପରାଧୀକୁ ତୁରନ୍ତ ଗିରଫ ସହିତ କ୍ଷତିପୂରଣ ବାବଦ ୫୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ମୀନା କହିଛନ୍ତି ଅପହରଣ କରି ଦୁଷ୍କର୍ମ କରାଯିବା ପରେ ତରୁଣୀଙ୍କୁ ହତ୍ୟା କରାଯାଇଛି।


























