ମୃତ୍ୟୁର ୪ ବର୍ଷ ପରେ ସତେଜ ରହିଛି ନନଙ୍କ ମୃତଦେହ

ନ୍ୟୁୟର୍କ : ଆମେରିକାର ମିସୌରି ରାଜ୍ୟରେ ଘଟିଛି ଏକ ଅଲୌକିକ ଘଟଣା। ସେଠାକାର ଏକ ମୌନାଷ୍ଟ୍ରି (ଖ୍ରୀଷ୍ଟିଆନ ମାନଙ୍କ ମଠ)ରେ ଗତ ୪ ବର୍ଷ ହେଲା ରଖାଯାଇଥିବା ଜଣେ ନନଙ୍କ ମୃତଦେହ ସତେଜ ରହିଥିବା ଦେଖାଯାଇଛି। ଏହି ଖବର ଲୋକଲୋଚନାକୁ ଆସିବା ପରେ ସେଠାରେ ହଜାର ହଜାର ଲୋକ ପହଞ୍ଚିବାରେ ଲାଗିଛନ୍ତି।

କ୍ୟାଥୋଲିକ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ୨୦୧୯ ମେ ୨୯ ତାରିଖରେ ସିଷ୍ଟର ୱିଲହେଲମିନା ଲାଙ୍କେଷ୍ଟରଙ୍କ ମୃତ୍ୟୁ ହୋଇଥିଲା। ଏକ କାଠ କଫିନରେ ରଖାଯାଇଥିଲା ତାଙ୍କ ମୃତଦେହ। ଏହି ନନ୍ ୧୯୯୫ ମସିହାରେ ବେନେଡିକ୍ଟନେସ ଅଫ ମେରି, କ୍ଵିନ ଅଫ ଆପୋସଲ୍ସ ଅର୍ଡର ପ୍ରତିଷ୍ଠା କରିଥିଲେ। ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ଏପରି ଅର୍ଡର ପ୍ରତିଷ୍ଠାତାମାନଙ୍କ ମୃତଦେହକୁ ପ୍ରଥମେ ଏକ ଅସ୍ଥାୟୀ କବରସ୍ଥଳୀରେ ରଖାଯାଏ। କିଛିବର୍ଷ ପରେ ସ୍ଥାୟୀ କବରସ୍ଥଳୀକୁ ନିଆଯାଏ। ଏହି କାର୍ଯ୍ୟପାଇଁ ନିକଟରେ ତାଙ୍କ ମୃତଦେହକୁ କଫିନରୁ ବାହାର କରାଯାଇଥିଲା। ହେଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅନ୍ୟ ସିଷ୍ଟମରମାନେ। ଏହାର କାରଣ ୪ ବର୍ଷ ପରେ ମୃତଦେହ ନଷ୍ଟ ନହୋଇ ସତେଜ ଥିଲା। ଏହି ଘଟଣାକୁ ଏକ ଚମତ୍କାର ବୋଲି ଦାବି କରାଯାଉଛି। କ୍ୟାଥୋଲିକ ପରମ୍ପରାରେ ଯଦି ଏକ ମୃତଦେହ ସ୍ଵାଭାବିକଭାବେ ଗଳିତ ହୁଏ ନାହିଁ ତେବେ ସେହି ବ୍ୟକ୍ତି ପବିତ୍ର ଓ ନିଷ୍ପାପ ସନ୍ଥ ଥିଲେ ବୋଲି ବିଶ୍ଵାସ କରାଯାଏ।

Leave a Reply

Your email address will not be published. Required fields are marked *

Back to top button