ବରମୁଣ୍ଡା ହତ୍ୟା ଘଟଣାରେ ୩ ‌ଦୋଷୀଙ୍କୁ ଆଜୀବନ ସଜ୍ଜା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ତିନିଜଣଙ୍କୁ ହତ୍ୟା ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଭୁବନେଶ୍ଵର ଏଡିଜେ-୨ ଶୁକ୍ରବାର ୩ ଅଭିଯୁକ୍ତ ରୁଦ୍ର, ଜିତୁ ଓ ଚିତ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ୧୯୯୬ ଜୁଲାଇ ୧୧ ତାରିଖରେ ଦିନ ବରମୁଣ୍ଡାରେ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରୁଦ୍ର, ଜିତୁ ଓ ଚିତ୍ତ ହତ୍ୟା କରିଥିଲେ। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ କିଛିଦିନ ପୂର୍ବରୁ ଚତୁର୍ଥ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି।

Leave a Reply

Your email address will not be published. Required fields are marked *

Back to top button