ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ : ସପ୍ତାହକରେ ନିଷ୍ପତ୍ତି ଜଣାଇବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଅନୁଗତ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ନେଇ ଏକ ମାମଲା ସୁପ୍ରିମକୋର୍ଟରେ ଦୟାର ହୋଇଥିଲା। ଏହି ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ କୋର୍ଟ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

ଖବର ଅନୁଯାୟୀ ସୁପ୍ରିମ୍ କୋର୍ଟ କହିଛନ୍ତି ଅଯୋଗ୍ୟତା ମାମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବ ନାହିଁ। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ମେ ୧୧ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାଚସ୍ପତିଙ୍କ କାର୍ଯ୍ୟାଳୟ ସିନ୍ଦେ କ୍ୟାମ୍ପର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ତ୍ୱରାନ୍ୱିତ କରୁନାହିଁ।

Leave a Reply

Your email address will not be published. Required fields are marked *

Back to top button