ଉତକ୍ଷେପଣର ୬୩ ମିନିଟ ପରେ ପୃଥିବୀର କକ୍ଷପଥରେ କଲା ପ୍ରବେଶ ଆଦିତ୍ୟ-ଏଲ ୱାନ୍

ନୂଆଦିଲ୍ଲୀ : ସୂର୍ଯ୍ୟ ଅଭିଯାନରେ ଭାରତ। ଆଜି ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ସଫଳତାର ସହ ଯାଇଛି ଆଦିତ୍ୟ ଏଲ-ୱାନ୍। ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ମିଳିଛି ଏହି ସଫଳତା। ଉତକ୍ଷେପଣ ହେବାର ୬୩ ମିନିଟ୍ ପରେ ପିଏସଏଲଭି ରକେଟରୁ ଅଲଗା ହୋଇ ଆଦିତ୍ୟ ଏଲ-ୱାନ୍ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ୧୨୫ଦିନ ପରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ।

ଖବର ଅନୁଯାୟୀ କାଉଣ୍ଟଡାଉନ ସମୟ ପୂବାହ୍ନ ୧୧ଟା ୫୦ ସରିଲା ପରେ ଆଦିତ୍ୟ ଏଲ-ୱାନ୍ କୁ ନେଇ ପିଏସଏଲଭି-ସି-୫୭ ରକେଟ୍ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଥିଲା। ଉପରକୁ ଉଠିବାର ୬୩ ମିନିଟ୍ ପରେ ପିଏସଏଲଭି ରକେଟରୁ ଅଲଗା ହୋଇ ଯାଇଥିଲା ଆଦିତ୍ୟ ଏଲ-୧ ପୃଥ୍ୱିବୀର ନିର୍ଦ୍ଧିଷ୍ଟ କକ୍ଷ ପଥରେ ପହଞ୍ଚିଥିଲା। ଏବେ ପୃଥ୍ୱିବୀ ଚାରିପଟେ ୧୬ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୫ଟି କକ୍ଷ ପଥରେ ଘୁରିବ। ତା’ପରେ ଧିରେ ଧିରେ ପୃଥିବୀର ମାଧାକର୍ଷଣ ଶକ୍ତି କ୍ଷେତ୍ରର ବାହାରକୁ ଯାଇ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ। ଏହି ସଫଳତା ପାଇଁ ଇସ୍ରୋର ବୈଜ୍ଞାନିକଙ୍କୁ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button