କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ : ରୋଗୀ ହନ୍ତସନ୍ତ

କଟକ : କଟକ ବଡ଼ ମେଡିକାଲର ନିଦାନ ବିଭାଗରେ ଆଜି ପୁଣି ବିଦ୍ୟୁତ୍ ବିଭ୍ରାଟ ହୋଇଛି। ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଥିବା ବେଳେ ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ରହିଛି। ଫଳରେ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି କଟକ ବଡ଼ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ୍‌ ଯୋଗୁଁ ବିଭିନ୍ନ ବିଭାଗ ଘଣ୍ଟାଘଣ୍ଟା ଧରି ଅନ୍ଧାର ରହିଥିଲା। ମେଡ଼ିସିନ୍‌ ବିଭାଗରେ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦିଆଯାଇଥିଲା। ଶବ ସଂରକ୍ଷଣ ଗୃହରେ ଲାଇନ୍‌ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧମୟ ହେବାରୁ କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ୱାର୍ଡରେ ପଙ୍ଖା ନ ଚାଲିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ। ଓଟି ଓ ଆଇସିୟୁରେ ଏସି ଠିକ୍‌ ଭାବେ କାମ କରୁ ନ ଥିବା ଓ ଅନେକ ଅଚଳ ହୋଇପଡ଼ିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button