କୁଖ୍ୟାତ ଅପରାଧୀ ପିନୁକୁ ଏନ୍କାଉଣ୍ଟର
![କୁଖ୍ୟାତ ଅପରାଧୀ ପିନୁକୁ ଏନ୍କାଉଣ୍ଟର 1 janatakhabar.in](https://janatakhabar.in/wp-content/uploads/2023/08/pinaki-baral.jpg)
ପୁରୀ : କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ଏନ୍କାଉଣ୍ଟର। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ କୁଖ୍ୟାତ ଅପରାଧୀ ପିନୁ ନାଁରେ ବାସେଳିସାହି, ତାଳବଣିଆ ଓ କୁମ୍ଭାରପଡ଼ା ଥାନାରେ ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି ଏବଂ ରାହଜାନୀ ଆଦି ମାମଲା ରହିଛି। ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ତାକୁ ଧରିବାକୁ ବାସେଳିସାହି ଆଇଆଇସି ମାନସ ବାରିକ ଓ ଟିମ୍ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟ ଶଙ୍ଖେଶ୍ଵର ଜଂଗଲରେ ପୋଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ପିନୁର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ଘଟଣାସ୍ଥଳରୁ ପିସ୍ତଲ, ଗୁଳି, ନମ୍ବର ବିହୀନ ବାଇକ୍ ଓ ମୋବାଇଲ ଜବତ ହୋଇଥିବା ଜଣାପଡିଛି।