ପ୍ରେମ ପାଇଁ ସାଙ୍ଗକୁ ହତ୍ୟାକଲା ସାଙ୍ଗ

ଅହମ୍ମଦାବାଦ : ଗୋଟିଏ ଝିଅକୁ ଦୁଇଜଣ ଭଲ ପାଇବାରୁ ବିବାଦ। ସାଙ୍ଗକୁ ଛୁରୀ ଭୁସି ହତ୍ୟାକଲା ସାଙ୍ଗ। ଏହି ଘଟଣା ଗୁଜରାଟର ଅହମ୍ମଦାବାଦରେ ଘଟିଛି।

ଖବର ଅନୁଯାୟୀ ପୋଲିସ କହିଛି ସାଙ୍ଗ ସ୍ୱପ୍ନିଳକୁ ହତ୍ୟାକରି ମୃତଦେହ ଥାନାକୁ ଆଣିଥିବା ଯୁବକର ନାଁ ବେଦାନ୍ତ। ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଛି। ବେଦାନ୍ତ ଓ ସ୍ୱପ୍ନିଳ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ବେଦାନ୍ତ ଓ ସ୍ୱପ୍ନିଳକୁ ବୁଲିଯିବାକୁ ବିଶ୍ୱକର୍ମା ବ୍ରିଜ୍ ନିକଟକୁ ଡାକିଥିଲା। ଦୁହେଁ କାରରେ ସେଠାକୁ ଯାଇଥିଲେ। ପୋଲ ଉପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେ ଝିଅ ସହ କଥା ନହେବାକୁ ସ୍ୱପ୍ନିଳ କହିବାରୁ ବେଦାନ୍ତଙ୍କୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ବେଦାନ୍ତ। ମୃତଦେହକୁ କାରରେ ରଖି ସୋଲା ଥାନାରେ ପହଞ୍ଚିଥିଲା। ପୋଲିସ ବେଦାନ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button