ଅତ୍ୟଧିକ ଗ୍ରୀନ୍ ଟି ପିଇବା କ୍ଷତିକାରକ

ଏବେ ଲୋକମାନେ ଚା’ ବଦଳରେ ଗ୍ରୀନ୍ ଟି ପିଇବାକୁ ପସନ୍ଦ କରୁଛନ୍ତି। ଏହା ଶରୀର ପାଇଁ ଖୁବ୍ ଉପକାରୀ। ଓଜନକୁ ହ୍ରାସ କରିବା ସହିତ ଚର୍ମ ପାଇଁ ବହୁତ ଲାଭଦାୟକ। କିନ୍ତୁ ଅତ୍ୟଧିକ ଗ୍ରୀନ୍ ଟି ପିଇବା ଶରୀର ପାଇଁ କ୍ଷତିକାରକ।

୧- ଦିନରେ ୨-୩ କପରୁ ଅଧିକ ଗ୍ରୀନ୍ ପିଉଥିଲେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ।

୨- ଅତ୍ୟଧିକ ଗ୍ରୀନ୍ ଟି ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ହଜମ ପ୍ରକ୍ରିୟାକୁ ନଷ୍ଟ କରିବା କାରଣରୁ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

୩- ଅତ୍ୟଧିକ ଗ୍ରୀନ୍ ଟି’ର ଅଧିକ ବ୍ୟବହାର ଶରୀରରେ ମେଲାଟୋନିନ୍ ହରମୋନର ସନ୍ତୁଳନକୁ ବିଗାଡ଼ିବା ଯୋଗୁ ନିଦ୍ରା ଅଭାବ ହୋଇପାରେ।

୪- ଗ୍ରୀନ୍ ଟିରେ ଟେନିନ୍ ର ପରିମାଣ ବହୁତ ଅଧିକ। ଅଧିକ ପରିମାଣରେ ପିଇବା ଦ୍ୱାରା ବାନ୍ତି ଦେଖା ଦେଇପାରେ।

୫- ଅତ୍ୟଧିକ ଗ୍ରୀନ୍ ଟି ପିଇଲେ ରକ୍ତଚାପ ମଧ୍ୟ କମିଯାଏ। ତେଣୁ ଆବଶ୍ୟକତାରୁ ଅଧିକ ଗ୍ରୀନ୍ ଟି ପିଇଲେ ଷ୍ଟ୍ରେସ୍ ବଢ଼ାଇଥାଏ। ଖାଇବା ପରେ ଏହାକୁ ପିଅନ୍ତୁ ନାହିଁ। ଗ୍ରୀନଟିକୁ ଔଷଧ ସହ ପିଅନ୍ତୁନି କିମ୍ବା ଗ୍ରୀନ୍ ଟି ବ୍ୟାଗକୁ ଆଉ ଥରେ ବ୍ୟବହାର କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *

Back to top button