ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ

ଭଦ୍ରକ : ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ଗିରଫ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା। ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି।

ସୂଚନାଯୋଗ୍ୟ ବାଲେଶ୍ଵର ବସ୍ତା ଥାନା ଚକ୍ରଡ଼ା ଅଞ୍ଚଳର ସ୍ଵର୍ଗତ ଅଧୀର କୁମାର ମଣ୍ଡଳଙ୍କ ପତ୍ନୀ ଶ୍ରୀମତୀ ବେହେରାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଛି। ଭଦ୍ରକ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଥିବାବେଳେ ଛତୁଆ ଦୁର୍ନୀତିରେ ସେ ଲିପ୍ତଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଚଳିତ ମାସ ୪ ତାରିଖରେ ଭଦ୍ରକ ସମାଜ ମଙ୍ଗଳ ଅଧିକାରୀ ପଦରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ ମଧ୍ୟ ସେ ଏ ଯାଏ ଦାୟିତ୍ଵ ହସ୍ତାନ୍ତର କରିନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button