ଚେକ୍‌ ବାଉନସ୍‌ : ଅଭିନେତ୍ରୀ ଅମୀଷା ପଟେଲ କୋର୍ଟରେ ହାଜର

ରାଞ୍ଚି : ଚେକ୍‌ ବାଉନ୍‌ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ ଆଜି ରାଞ୍ଚିର ସିଭିଲ କୋର୍ଟରେ ହାଜର ହୋଇଛନ୍ତି।

ଖବର ଅନୁଯାୟୀ ଅଭିନେତ୍ରୀ ଅମୀଷା ରାଞ୍ଚିର ବରିଷ୍ଠ ଡିଭିଜନ୍‌ ଜଜ୍‌ ଡିଏନ୍‌ ଶୁକ୍ଳାଙ୍କ କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସୂଚନାଯୋଗ୍ୟ ୨୦୧୮ ମସିହାରେ ଝାଡ଼ଖଣ୍ଡର ଚଳଚ୍ଚିତ୍ର ପ୍ରଯୋଜକ ଅଜୟ କୁମାର ସିଂହ ଅଭିନେତ୍ରୀ ଅମୀଷାଙ୍କ ବିରୋଧରେ ଠକେଇ ଓ ଚେକ୍‌ ବାଉନ୍‌ସ ମାମଲା ରୁଜୁ କରିଥିଲେ। ସେ ଦର୍ଶାଇଥିଲେ ‘ଦେଶୀ ମ୍ୟାଜିକ୍‌’ ନାମକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅମୀଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨.୫ କୋଟି ଟଙ୍କା ଟ୍ରାନ୍‌ସଫର କରିଥିଲେ। ପରବର୍ତ୍ତୀ ସମୟରେ ଅମୀଷା ଏହି ଫିଲ୍ମକୁ ଆଗକୁ ବଢ଼ାଇ ପରେ ୨.୫ କୋଟି ଟଙ୍କାର ଏକ ଚେକ୍‌ ପଠାଇ ଦେଇଥିଲେ। କିନ୍ତୁ ଏହି ଚେକ୍‌ଟି ବାଉନସ୍‌ ହେବାରୁ ସେ ତାଙ୍କ ଟଙ୍କା ଫେରି ପାଇନଥିଲେ।

ଅଭିଯୋଗକାରୀଙ୍କ ଓକିଲ ସ୍ମିତା ପାଠକ କହିଛନ୍ତି ଅଭିନେତ୍ରୀଙ୍କୁ ଜୁନ୍‌ ୨୧ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ବ୍ୟସ୍ତତା ଦର୍ଶାଇ ଏହା କରି ନଥିଲେ। ଆମେ ଏହି ମାମଲାରେ ଶୀଘ୍ର ଆପୋଷ ସମାଧାନ ଚାହୁଁଛୁ ବୋଲି ଓକିଲ ପାଠକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button