ଗୁଜରାଟ ହାଇକୋର୍ଟଙ୍କ ରାୟ ସଂରକ୍ଷିତ : ରାହୁଲ ନିରାଶ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ଏକ ପ୍ରକାର ନିରାଶ ହେବାକୁ ପଡିଛି। ମୋଦି ସାଙ୍ଗିଆ ମାମଲାରେ ଶୁଣାଣି ଶେଷ ହୋଇଥିଲେ ମଧ୍ୟ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଉ କହିଛନ୍ତି ଏହି ମାମଲାରେ ରାହୁଲଙ୍କୁ କୋର୍ଟ କୌଣସି ପ୍ରକାର ସହାୟତା କରିପାରିବ ନାହିଁ।

ଖବର ଅନୁଯାୟୀ ମୋଦି ସାଙ୍ଗିଆ ମାମଲାରେ ସୁରଟ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ରାହୁଲ ଗାନ୍ଧୀଙ୍କୁ କୋର୍ଟ କୌଣସି ପ୍ରକାର ସହାୟତା କରିପାରିବ ନାହିଁ କହିଥିବା ବେଳେ ମାମଲାର ରାୟ ଗ୍ରୀଷ୍ମକାଳୀନ ଛୁଟି ପରେ ଶୁଣାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ସୂଚନାଯୋଗ୍ୟ ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ହୋଇଥିବା ମାମଲାର ଶୁଣାଣି କରି ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଆଧାରରେ ସଂସଦ ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button