ପରକୀୟା ପ୍ରୀତି : ମହିଳାଙ୍କୁ ଜୋତା ଚଟାଇଲେ

ଗରୱା : ପରକୀୟା ପ୍ରୀତି ଅଭିଯୋଗରେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ସହିତ ୫୬ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଘଟଣା ଝାଡ଼ଖଣ୍ଡ ଗରୱା ଜିଲ୍ଲାର ମେରାଲ ଥାନା ଅନ୍ତର୍ଗତ ତିସରତେତୁକା ଗ୍ରାମରେ ଘଟିଛି।

ଖବର ଅନୁଯାୟୀ ତିସରତେତୁକା ଗ୍ରାମର ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ୩୦ ବର୍ଷୀୟ ମହିଳା ପରକୀୟା ପ୍ରୀତି ଅଭିଯୋଗରେ ନିର୍ଯାତନାର ଶିକାର ହୋଇଛନ୍ତି। ୧୦୦ ଥର ଉଠବସ୍‌ କରାଯିବା ପରେ ଜଣେ ପଞ୍ଚାୟତ ସଦସ୍ୟଙ୍କ ଜୋତାରେ ଛେପ ପକାଇ ଚଟାଯାଇଛି। କେବଳ ସେତିକି ନୁହେଁ ଲୋକଙ୍କ ସାମ୍ନାରେ ଚପଲରେ ପିଟାଯାଇ ୫୬ ହଜାର ଟଙ୍କାର ଜରିମାନା ଲଗାଯାଇଛି।

ଅନ୍ୟପକ୍ଷରେ ମହିଳାଜଣକ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୋଲିସ ପ୍ରଥମେ ଅଭିଯୋଗକୁ ଗ୍ରହଣ କରି ନଥିଲେ। କିନ୍ତୁ ଗତ ବୁଧବାର ରାତିରେ ପୀଡ଼ିତା ମହିଳା ଜଣକ ଅନଲାଇନରେ ଅଭିଯୋଗ ଦାଖଲ କରିବାରୁ ଏସ୍‌ପି ତୁରନ୍ତ ପଦକ୍ଷେପ ସ୍ୱରୂପ ଗରୱା ଏସ୍‌ଡିପିଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଥାନା ୮ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

Leave a Reply

Your email address will not be published. Required fields are marked *

Back to top button