ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ଏନ୍‌ଡିଏକୁ ଫେରିଲେ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟିରେ ସାମିଲ ହୋଇଛି।

ଓମ୍ ପ୍ରକାଶ ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏସବିଏସପି ଏବେ ଏନ୍‌ଡିଏରେ ସାମିଲ ହୋଇଛି। ବିଜେପି ଓ ଏସବିଏସପି ସାମାଜିକ ନ୍ୟାୟ, ଦେଶର ନିରାପତ୍ତା ତଥା ଉତ୍ତମ ଶାସନରୁ ବଞ୍ଚିତ, ଦଳିତ, ପଛୁଆ ବର୍ଗ, ମହିଳା, କୃଷକ, ଯୁବକ ଏବଂ ସମାଜର ସମସ୍ତ ଦୁର୍ବଳ ବର୍ଗର ସଶକ୍ତିକରଣ ପାଇଁ ଲଢ଼ିବେ। ସେହିପରି ଅମିତ ଶାହ କହିଛନ୍ତି ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଉତ୍ତର ପ୍ରଦେଶରେ ଏନ୍‌ଡିଏ ଆହୁରି ମଜବୁତ ହେବ।

Leave a Reply

Your email address will not be published. Required fields are marked *

Back to top button