ମହିଳା ଅଫିସରଙ୍କୁ ପିଟିଲେ ବାଲି ମାଫିଆ

ପାଟନା : ବେଆଇନ୍‌ ବାଲି ଖଦାନକୁ ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ବାଲି ମାଫିଆଙ୍କ ଆକ୍ରମଣ। ମହିଳା ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ। ଏପରି ଘଟଣା ବିହାରର ରାଜଧାନୀ ପାଟନାର ବିହଟାରେ ଘଟିଛି।

ଖବର ଅନୁଯାୟୀ ବାଲି ଖଦାନ ରେଡ୍‌ ପାଇଁ ଯାଇଥିବା ଅଧିକାରୀଙ୍କୁ ମାଫିଆମାନେ ଲାଠିରେ ମାଡ଼ ମାରିଥିଲେ। ଆଉ କିଛି ଲୋକ କରିଥିଲେ ଟେକାପଥର ମାଡ଼। ଫଳରେ ଅଫିସରମାନେ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ପୁରା ଟିମ୍‌କୁ ଚାରିପଟୁ ଘେରି ଆକ୍ରମଣ କରିଥିଲେ। ଏପରିକି ଜଣେ ମହିଳା ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟେକାପଥର ମାଡ଼ କରୁଥିବା ଦୁର୍ବୃତ୍ତଙ୍କୁ ଅଟକାଇ ସେମାନଙ୍କୁ ଗିରଫ କରିଥିଲା। ପ୍ରାଥମିକ ଭାବେ ଏହି ଘଟଣାରେ ୪୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜବତ ହୋଇଛି ୫୦ଟି ଗାଡ଼ି। ଖୁବ୍‌ଶୀଘ୍ର ଘଟଣାର ମାଷ୍ଟରମାଇଣ୍ଡ ଧରାପଡ଼ିବ ବୋଲି ପୋଲିସ୍‌ ସୂଚନା

Leave a Reply

Your email address will not be published. Required fields are marked *

Back to top button