ମାଓପ୍ରବଣ ଅଞ୍ଚଳର ବିକାଶ : ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୬ଜଣ ମୁଖ୍ୟମନ୍ତ୍ରୀ ଓ ୪ଟି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ପ୍ରକଳ୍ପ ତଥା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେ ଚନ୍ଦ୍ରଶେଖର ରାଓ (ତେଲେଙ୍ଗାନା), ନିତିଶ କୁମାର (ବିହାର), ଶିବରାଜ ସିଂ ଚୌହାନ (ମଧ୍ୟପ୍ରଦେଶ), ଉଦ୍ଧବ ଠାକରେ (ମହାରାଷ୍ଟ୍ର) ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗଦେଇଥିଲେ। ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡକାଯାଇଥିଲେ ହେଁ ଏସବୁ ରାଜ୍ୟର ଜଣେ ରାଜ୍ୟ ମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଓଡ଼ିଶାରେ ମାଓବାଦୀ ସମସ୍ୟା ଏବେ କେବଳ ତିନୋଟି ଜିଲ୍ଲାରେ ରହିଛି। ଏହି ସମସ୍ୟାକୁ ହ୍ରାସ କରିବା ପାଇଁ କ’ଣ କରିବା ଆବଶ୍ୟକ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ମାଓବାଦୀ ହିଂସା ଯଥେଷ୍ଟ ହ୍ରାସ ପାଇଛି। ବର୍ତ୍ତମାନ ଦେଶର ପ୍ରାୟ ୪୫ଟି ଜିଲ୍ଲାରେ ମାଓବାଦୀମାନେ ଆଡ୍ଡା ଜମାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button