ସଂସଦ ଅନୁପ୍ରବେଶ ମାମଲାରେ ୬ ଜଣ ସଂପୃକ୍ତ ସଂଦେହ

ନୂଆଦିଲ୍ଲୀ : ଆଜିର ସଂସଦ ଅନୁପ୍ରବେଶ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ୪ଜଣ ଗିରଫ ହୋଇଛନ୍ତି। ଅନ୍ୟମାନେ ଫେରାର ଥିବାରୁ ସେମାନଙ୍କ ଗିରଫ ପାଇଁ ସୁରକ୍ଷା ଏଜେନ୍ସିମାନେ ଉଦ୍ୟମ ଜାରି ରଖିଛନ୍ତି।

ଖବର ଅନୁଯାୟୀ ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ୬ ଜଣ ସମ୍ପୃକ୍ତ। ଏମାନଙ୍କ ମଧ୍ୟରୁ ଲୋକସଭା ଭିତରେ ଦୁଇ ଓ ସଂସଦ ବାହାରେ ୨ ଜଣ ଧରାପଡ଼ିଛନ୍ତି। ଅନ୍ୟ ଦୁଇଜଣ ଫେରାର ଥିବାରୁ ସେମାନଙ୍କୁ ଖୋଜା ଚାଲିଛି। କୁହାଯାଉଛି ସମସ୍ତ ଅଭିଯୁକ୍ତ ଗୁରୁଗ୍ରାମରେ ରହୁଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ଅଛନ୍ତି। ୪ ଜଣ ଭିନ୍ନ ଭିନ୍ନ ସହରର ହୋଇଥିବାରୁ ପରସ୍ପରକୁ କେମିତି ଜାଣିଲେ ଓ କୌଣସି ସଂଗଠନ ସହ ଜଡ଼ିତ କି ନୁହେଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି।

ଜାତୀୟ ଗଣମାଧ୍ୟମର ସୂଚନା ସଂସଦ ଭିତରେ ହଙ୍ଗାମା କରିଥିବା ଯୁବକ ହେଲେ ମହୀଶୂରର ସାଗର ଶର୍ମା ଓ ମନୋରଞ୍ଜନ ଡି। ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅନମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ। ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ। ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି। ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କରିବାର ନାରା ଦେଇ ଏମାନେ ବିକ୍ଷୋଭ କରିଥିଲେ। ସେହିପରି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସଂସଦ ଭିତରେ ଡିଆଁ ମାରିଥିବା ଯୁବକ ଜଣକ ସାଗର ଶର୍ମା। ତା’ ପାଖରୁ ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍‌ ଇସ୍ୟୁ ହୋଇଥିବା କାଗଜ ମିଳିଛି।

Leave a Reply

Your email address will not be published. Required fields are marked *

Back to top button