ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢାଇଲା

ଭୁବନେଶ୍ଵର : ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢିଲା। ତାଙ୍କ ନାଁରେ ହତ୍ୟା, ହତ୍ୟା ଷଡଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରତାପ ଜେନା ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩୦୨, ୫୦୬, ୧୨୦ (ବି) ଦଫାରେ ମାମଲା ଚାଲୁ ରହିବ। ଜାନୁୟାରୀରେ ପ୍ରତାପ ଜେନାଙ୍କ ନାଁରେ ଚୂଡ଼ାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ୍ ପାଇଁ କୋର୍ଟ ଅନୁମତି ଦେଇଥିଲେ। ଏତଲାରେ ପ୍ରତାପଙ୍କ ନାଁ ଅଭିଯୋଗ ଥିବା ସତ୍ତ୍ୱେ କାଟି ଦିଆଯାଇଥିବାରୁ ଏହାକୁ ବିରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ୨୦୨୧ ଜାନୁୟାରୀରେ ମାହାଙ୍ଗାରେ ଡବଲ୍ ମର୍ଡର ଘଟିଥିଲା। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲେ ହେଁ ୯ ଜଣ ଗିରଫ ହୋଇଥିଲେ। ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button