ନେତାଙ୍କ ନାଁରେ ଯୌନଲିପ୍‌ସୁ ଅଭିଯୋଗ ଆଣି ବହିଷ୍କାର ହେଲେ କଂଗ୍ରେସନେତ୍ରୀ

ନୂଆଦିଲ୍ଲୀ : ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ଯୌନଲିପ୍‌ସୁ ଓ ମହିଳାଙ୍କ ଉପରେ ପୁରୁଷଙ୍କ ଆଧିପତ୍ୟର ଦୃଢ଼ ସମର୍ଥକ। ଏପରି ରୁଚିହୀନ ଟିପ୍ପଣୀ ଦେଇଥିଲେ ‌ଆସାମ ଯୁବ କଂଗ୍ରେସର ସଭାପତି ଅଙ୍ଗକିତା ଦତ୍ତା। ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ ଆସାମ ଯୁବ କଂଗ୍ରେସର ସଭାପତି ପଦରୁ କରାଯାଇଛି ବହିଷ୍କାର।

ଖବର ଅନୁଯାୟୀ କଂଗ୍ରେସ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି ଦଳ-ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଅଙ୍ଗକିତା ଦତ୍ତାଙ୍କୁ ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଯାଇଛି। କିନ୍ତୁ ଅଙ୍ଗକିତା କହିଛନ୍ତି ଆଗୁଆ ଚେତାବନୀ ନ ଦିଆଯାଇ ତାଙ୍କୁ ପଦରୁ ହଟାଯାଇଛି। ଲିଙ୍ଗଗତ ବୈଷମ୍ୟ ଦୃଷ୍ଟିରୁ ଏପରି ବହିଷ୍କାର କରାଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଅଙ୍ଗକିତା ଆସାମର ତରୁଣ ଗୋଗୋଇଙ୍କ ସରକାରରେ ମନ୍ତ୍ରୀ ତଥା ରାଜ୍ୟ ପାର୍ଟି ୟୁନିଟ୍‌ର ମୁଖ୍ୟ ଦାୟିତ୍ଵ ତୁଲାଉଥିବା ଅଞ୍ଜାନ୍‌ ଦତ୍ତାଙ୍କ ଝିଅ। ଅଭିଯୋଗ ସତ୍ତ୍ୱେ ଶ୍ରୀନିବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ଦର୍ଶାଇ ଅଙ୍ଗକିତା ଏକାଧିକ ଟୁଇଟ୍‌ କରିବା ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

କେବଳ ସେତିକି ନୁହେଁ ବୁଧବାର ଅଙ୍ଗକିତା ଦିସପୁର ଥାନାରେ ଅଭିଯୋଗ କରିଥିଲେ ଗତ ୬ମାସ ହେବ ବି ଭି ଶ୍ରୀନିବାସ ତାଙ୍କୁ ଉତ୍ପୀଡ଼ନ ଓ ନିର୍ଯାତନା ଦେଉଥିଲେ। ତାଙ୍କ ବିରୋଧରେ କଂଗ୍ରେସର ଉଚ୍ଚପଦସ୍ଥଙ୍କ ନିକଟରେ ଅଭିଯୋଗ କଲେ ଭୟାବହ ପରିଣତି ଭୋଗିବେ ବୋଲି ଧମକ ମଧ୍ୟ ଦେଇଥିବା ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button