ପିଆଜ ରପ୍ତାନି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ବଜାରରେ ବଢିଚାଲିଥିବା ପିଆଜର ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଭାରି ଶୁଳ୍କ ଲାଗୁ କରାଯାଇଛି। ଯାହା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଖବର ଅନୁଯାୟୀ ଶନିବାର ସଂଧ୍ୟାରେ କେନ୍ଦ୍ର ସରକାର ଏ ନେଇ ଜାରି କରିଛନ୍ତି ବିଜ୍ଞପ୍ତି। ବିଜ୍ଞପ୍ତି ଅନୁସାରେ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ରପ୍ତାନି ଶୁଳକ ଲାଗୁ ହେବ। ସୂଚନାଯୋଗ୍ୟ ଦେଶରେ ଏବେ ପିଆଜର ଦର ଦ୍ରୁତ ଗତିରେ ବଢିଚାଲିଛି। ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପିଆଜ ଫସଲ କ୍ଷତି ଏହି ଦର ବୃଦ୍ଧିର କାରଣ।