ତମନ୍ନା ଏବେ ବିବାହ କରିବାକୁ ଚାହୁନାହାନ୍ତି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ପ୍ରେମ ସଂପର୍କ ନେଇ ମିଡିଆ ସାମ୍ନାରେ ମୁହଁ ଖୋଲିଥିଲେ। ସ୍ୱୀକାର କରିଥିଲେ ବିଜୟ ବର୍ମା ସହିତ ପ୍ରେମ ସମ୍ପର୍କ କଥା। ଏହା ପରଠାରୁ ଅଭିନେତା ଓ ଅଭିନେତ୍ରୀ ଦୁହେଁ ପରସ୍ପରର କାମକୁ ପ୍ରଶଂସା କରୁଛନ୍ତି। ଦୁହିଁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ ୩୩ ବର୍ଷୀୟା ତମନ୍ନା ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ମୁଁ ବର୍ତ୍ତମାନ ବିବାହ କରିବାର ମନୋଭାବରେ ନାହିଁ। ମୋର କ୍ୟାରିୟର ବର୍ତ୍ତମାନ ବହୁତ ଭଲରେ ଚାଲିଥିବାରୁ ମୁଁ ମୋର କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ ବିବାହରେ ବିଶ୍ଵାସ କରେ। କିଛି ଦିନ ପରେ ଏହା ଘଟିବ। କିନ୍ତୁ ବର୍ତ୍ତମାନ ସୁଟିଂ ସେଟ ହିଁ ମୋର ଖୁସିର ସ୍ଥାନ। ମୁଁ ମୋ ପାଖକୁ ଆସୁଥିବା ବିଭିନ୍ନ କାମକୁ ଉପଭୋଗ କରୁଛି। ଆଶା କରୁଛି ଏଭଳି କାମ ମୋତେ ଆଗକୁ ମିଳିବ।

ସେ କହିଛନ୍ତି ମୋର ପାଞ୍ଚମାସ ମଧ୍ୟରେ ୬ଟି ଫିଲ୍ମ ରିଲିଜ୍ ହୋଇଛି। ସମସ୍ତ କାର୍ଯ୍ୟ ପାଇଁ ମୁଁ କୃତଜ୍ଞ। କାରଣ ଲୋକମାନେ ଏହାକୁ ପ୍ରଶଂସା ଓ ପସନ୍ଦ କରିଛନ୍ତି। ମୁଁ ଅନୁଭବ କରୁଛି ଏହି ଗୋଟିଏ ଜୀବନ‌ରେ ମୁଁ ସବୁକିଛି କରିବି ଯାହା ମୁଁ କରିପାରିବି।

Leave a Reply

Your email address will not be published. Required fields are marked *

Back to top button