କଲ୍ୟାଣ ମଣ୍ଡପରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଖବର ଅନୁଯାୟୀ ମୃତ ଯୁବକଙ୍କ ନାଁ ପ୍ରକାଶ ବଳ। ଘର ଯାଜପୁର ଅଞ୍ଚଳରେ। ସେ ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହକୁ କଲ୍ୟାଣ ମଣ୍ଡପର ଏକ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ପ୍ରକାଶଙ୍କ ପରିବାର ଲୋକେ କହିଛନ୍ତି କିଛି ଦିନ ତଳେ ସେ ୩୦ ହଜାର ଟଙ୍କା ମାଗିଥିଲେ। ଟଙ୍କା କ’ଣ ଦରକାର ବୋଲି ତାଙ୍କ ମା’ ପଚାରିବାରୁ ସେ କହିଥିଲେ ୩୦ ହଜାର ଟଙ୍କା ଧାର କରିଛନ୍ତି ସେମାନେ ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି। ତେବେ ସତ କ’ଣ ଜଣାପଡ଼ିନି।

Leave a Reply

Your email address will not be published. Required fields are marked *

Back to top button