୨୧ରେ ସ୍କୁଲ ଖୋଲିବ : ୭ ଜିଲ୍ଲାରେ ସ୍ଥିତିଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ଵର : ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ବୁଧବାର ଦିନ ଖୋଲିବ। କିନ୍ତୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର କିଛି ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଖବର ଅନୁଯାୟୀ ସୋମବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଣିପାଗର ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ତେଣୁ ଛୁଟି ପରେ ଅର୍ଥାତ ଆସନ୍ତା ୨୧ ତାରିଖ ଦିନ ସମସ୍ତ ସ୍କୁଲ ଖୋଲିବ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା ହେବ ଏସବୁ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button