ଠିକାଦାର କାହ୍ନୁଚରଣଙ୍କୁ ଗୁଳିମାଡ଼

ଢେଙ୍କାନାଳ : ଠିକାଦାର ତଥା କାମାକ୍ଷାନଗର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ବୁଧବାର ରାତିରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। କାମାକ୍ଷାନଗର ମେନ୍‌ରୋଡର ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ତିନିଜଣ ଦୁର୍ବୃତ୍ତ କାହ୍ନୁଙ୍କ କାର ଆଗରେ ବାଇକ ରଖିଥିଲେ। ତା’ପରେ କାର କାଚକୁ ଭାଙ୍ଗି କାହ୍ନୁଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଆହତ କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିଜେଡି ନେତା କାହ୍ନୁଚରଣ ଜଣେ ଠିକାଦାର। ତେଣୁ ରାଜନୀତିକ ଶତ୍ରୁତାରୁ ନା ଠିକାଦାରୀକୁ ନେଇ ଏହି ଗୁଳିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button