ଅସଦାଚରଣ ମାମଲା : ମହିଳାଙ୍କ ପୋଷାକ ଧୋଇବା ସହ ଇସ୍ତ୍ରୀ କରିବ ଅଭିଯୁକ୍ତ

ମଧୁବାନି : ମହିଳାଙ୍କୁ ଅସଦାଚରଣ ମାମଲାରେ ବିହାର ମଧୁବାନି ଜିଲ୍ଲାର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅଭିଯୁକ୍ତ ତା’ ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇବା ସହ ଇସ୍ତ୍ରୀ କରିବ।

ଖବର ଅନୁଯାୟୀ ଅସଦାଚରଣ ମାମଲାରେ ଚଳିତ ବର୍ଷ ଏପ୍ରିଲରୁ ଜେଲରେ ଥିବା ଅଭିଯୁକ୍ତ ଲଲନ କୁମାର ସଫି ପୋଷାକ ଧୋଇବା କାମ କରିଥାଏ। ସେ ସମାଜର ସେବା କରିବାକୁ ଇଚ୍ଛା ରଖିଛନ୍ତି। ଅଭିଯୋଗକାରୀ ଘଟଣାର ସମାଧାନ ପାଇଁ ରାଜି। ଆବେଦନକାରୀରଙ୍କ ଓକିଲ ଏ ସମ୍ପର୍କରେ ଏକ ଆଫିଡେଭିଟ୍ ସଂଲଗ୍ନ କରିଥିଲେ। ପରେ କୋର୍ଟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସମୟରେ ଆଗାମୀ ୬ମାସ ପର୍ଯ୍ୟନ୍ତ ସେ ତା’ ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇ ତାକୁ ଇସ୍ତ୍ରୀ କରିବ ବୋଲି ଅତିରିକ୍ତ ଜିଲ୍ଲା ଜଜ୍ ଅବିନାଶ କୁମାର ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button