ଭଦ୍ରକ : ଲଗାଣ ବର୍ଷାରେ ଭଦ୍ରକର ତଳିଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ସହରର ତଳିଆ ଅଞ୍ଚଳ ଓ କଲୋନି ଜଳମଗ୍ନ ହୋଇଛି। ରାସ୍ତାଘାଟ ପାଣିରେ ବୁଡ଼ି ଯାଇଥିବା ବେଳେ ଲୋକଙ୍କ ଘରେ ପଶିଛି ଡ୍ରେନ୍‌ର ମଇଳା ପାଣି। ସବୁ ଲୋକଙ୍କ ଘରେ ପଶିଛି। ଭଦ୍ରକ ପୌରପାଳିକାର ୩୦ ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ବର୍ଷା ପୁରୁଣା ବଜାର ଓ ଚରମ୍ପା ଅଞ୍ଚଳରେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଖବର ଅନୁଯାୟୀ ଭଦ୍ରକର ସହର ତଳିଆ ଅଞ୍ଚଳରେ ବର୍ଷା ଜଳ ଲୋକଙ୍କ ଘରେ ପଶିଛି। ରାସ୍ତା ଉପରେ ଚାଲିଛି ପାଣିର ସୂଅ। ଦୈଶିଂ ପଞ୍ଚାୟତର ଚଢ଼େଇଆ ଗ୍ରାମର ରାସ୍ତା ଉପରେ ଗଛ ଉପୁଡ଼ି ପଡିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଏକ ସ୍ଵତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଗଛ କଟାବା ପରେ ଗମନାଗମନ ସ୍ଵାଭାବିକ ହୋଇଛି। ଅନେକ କଚ୍ଚା ଘର ଭାଙ୍ଗି ଯାଇଛି। ବର୍ଷା ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ଅତିଷ୍ଠ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button