ସ୍ୱାମୀ ରାଜଙ୍କୁ ଜାମିନ ପରେ ଶିଳ୍ପା ଲେଖିଲେ ଝଡ ଚାଲିଯିବା ପରେ ସବୁ ସୁନ୍ଦର

ମୁମ୍ବାଇ : ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିଲେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ପୋଲିସ ପଚରାଉଚରା କରିବା ଶିଳ୍ପାଙ୍କ ସମସ୍ୟା ସୃଷ୍ଟି କରିଥିଲା। କିଛି ଦିନର ବ୍ରେକ୍ ପରେ ସେ ପୁଣି କାର୍ଯ୍ୟ କ୍ଷେତ୍ରକୁ ଫେରିଥିଲେ। ରାଜଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଶିଳ୍ପ ତାଙ୍କ ଇନଷ୍ଟାରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି।
ଅଭିନେତ୍ରୀ ଶିଳ୍ପା ଏକ ପଜେଟିଭ୍ ପୋଷ୍ଟରେ ଇନ୍ଦ୍ରଧନୁର ଫଟୋ ସେୟାର କରି ଲେଖିଛନ୍ତି ଇନ୍ଦ୍ରଧନୁର ଅସ୍ତିତ୍ୱ ପ୍ରମାଣ କରେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ। ଶିଳ୍ପାଙ୍କ ପାଇଁ ଗତ କିଛି ସମୟ ଝଡ଼ଠାରୁ କୌଣସି କମ୍ ନଥିଲା। ସ୍ୱାମୀ ଜେଲ ଯିବା ପରେ ସେ ସୋସିଆଲ ମିଡିଆଠାରୁ ଟିଭି ସୋ ପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିଥିଲେ। ଆଉ କିନ୍ତୁ କିଛିଦିନ ପରେ ଫେରିଥିଲେ। ସେ ବର୍ତ୍ତମାନ ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ ଚ୍ୟାପ୍ଟର ୩’ରେ ଜଣେ ଜଜ୍ ଭାବରେ ନଜର ଆସିଛନ୍ତି।