ସୀମା ଓ ସଚିନଙ୍କୁ ମିଳିଲା ସିନେମା ଅଫର

ନୂଆଦିଲ୍ଲୀ : ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଓ ଭାରତୀୟ ସ୍ୱାମୀ ସଚିନ ମୀନାଙ୍କୁ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସେମାନଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରୁ ମୁକୁଳାଇବା ପାଇଁ ଅମିତ ଜୈନ ନାମକ ଜଣେ ଫିଲ୍ମ ପ୍ରଯୋଜକ ଉଭୟଙ୍କୁ ସିନେମାରେ କାମ କରିବାକୁ ଅଫର ଦେଇଛନ୍ତି।

ଖବର ଅନୁଯାୟୀ ଅମିତ ଜୈନ ଉଦୟପୁରର ଟେଲର କହ୍ନୈୟା ଲାଲ ସାହୁଙ୍କ ହତ୍ୟାକାଣ୍ତ ଉପରେ ସିନେମା କରୁଛନ୍ତି। ଅମିତଙ୍କ ଘର ମୀରଟରେ। ସୀମା ବେଆଇନ ଭାବେ ପାକିସ୍ତାନରୁ ଭାରତକୁ ଆସିଥିବାରୁ ପ୍ରଥମେ ଅମିତ ତାଙ୍କ ବିରୋଧରେ ଥିଲେ। କିନ୍ତୁ ସେ ସଚିନଙ୍କୁ ବିବାହ କରିବା ଓ ତାଙ୍କୁ ନେଇ ବିଭିନ୍ନ ପ୍ରକାରର ଭିଡିଓ ସାମ୍ନାକୁ ଆସିବା ପରେ ଅମିତଙ୍କ ମନ ବଦଳିଛି। ପରେ ସେ ଜାଣିବାକୁ ପାଇଥିଲେ ସଚିନ-ସୀମା ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସେ ଉଭୟଙ୍କୁ ନିଜ ସିନେମାରେ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button