ସିଏନଜି ଓ ପିଏନଜି ଦାମ ପୁଣି ବଢ଼ିଲା

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ଦାମ ଏବେ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଆଜି ଦିଲ୍ଲୀରେ ସିଏନଜି ଓ ପିଏନଜି ମୂଲ୍ୟ ବଢ଼ିଛି। ସିଏନଜି ପ୍ରାୟ ୨.୫ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବର ୨ରେ ସିଏନଜିର କେଜି ୨.୨୮ ଓ ପିଏନଜି ୨.୧୦ ଟଙ୍କା ବଢ଼ିଥିଲା।

ଦିଲ୍ଲୀ ଓ ଏନସିଆର ରିଜନରେ ଲାଗୁ ହୋଇଥିବା ବର୍ଦ୍ଧିତ ଦର ଅନୁସାରେ ସିଏନଜିର କେଜି ୪୯.୭୬ ଟଙ୍କା ଓ ପିଏନଜିର ଦାମ ୩୫.୧୧ ଟଙ୍କା ହୋଇଛି। ସେହିପରି ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜିର ଦର ୫୬.୦୨ ଟଙ୍କା ଓ ପିଏନଜି ୩୪.୮୬ ଟଙ୍କା ଏବଂ ଗୁରୁଗ୍ରାମରେ ସିଏନଜିର କେଜି ୫୮.୨୦ ଟଙ୍କା ଓ ପିଏନଜିର ଦାମ ୩୩.୩୧ ଟଙ୍କାରେ ରେ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *

Back to top button