ବିବାହ ପରେ ନବ ବଧୂଙ୍କ ଗୁଟଖା ସେବନ, ଆଶ୍ଚର୍ଯ୍ୟ ହେଲେ ବର

ନୂଆଦିଲ୍ଲୀ : ରାଜସ୍ଥାନର ବାରାଁରଠାରେ ମଇ ୨୬ ତାରିଖରେ ସାମୂହିକ ଆୟୋଜିତ ହୋଇଥିଲା ସାମୁହିକ ବିବାହ କାର୍ଯ୍ୟକ୍ରମ।ଏଥିରେ ୨ହଜାର ୨୨୨ଯୋଡ଼ିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଯାହା ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। କିନ୍ତୁ ଚର୍ଚ୍ଚାର ବିଷୟ ହୋଇଛି ସୋସିଆଲ ମିଡିଆରେ ଭାଇରାଲ ଭିଡିଓ। ଯେଉଁଥିରେ ନବବଧୂ ଗୁଟକା ବାହାର କରି ସେଥିରେ ଜର୍ଦା ମିଶାଇ ଖାଇବାର ଦୃଶ୍ୟ।
ସାମୁହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଏକ ଯୋଡି ଚର୍ଚ୍ଚା ପରିସରକୁ ଆସିଛନ୍ତି। କାରଣ ବିବାହ ଶେଷ ହେବାପରେ ବର କାହା ସହିତ ଫୋନରେ କଥା ହେଉଥିବା ବେଳେ ଏହି ସୁଯୋଗର ସଦ ବ୍ୟବହାର କରିଥିଲେ ନବବଧୂ। ତୁରନ୍ତ ଗୁଟକା ବାହାର କରି ସେଥିରେ ଜର୍ଦା ମିଶାଇ ଖାଇଥିଲେ। ବଧୂଙ୍କ ଏପରି କାମ ଦେଖି ସାମ୍ନାରେ ଛିଡ଼ା ହୋଇଥିବା ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହାକୁ କ’ଣ କହିବେ କିଛି ବୁଝି ପାରି ନଥିଲେ। କିନ୍ତୁ ବଧୂଙ୍କୁ ଏସବୁ କିଛି ଫରକ ପଡ଼ି ନଥିଲା।