ଓଏଏସଙ୍କ ଅଫିସର ସ୍ତରରେ ବଦଳି : ୪ ଜଣଙ୍କ ବଦଳି ବାତିଲ

ଭୁବନେଶ୍ଵର : ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ପୂର୍ବରୁ ବଦଳି ହୋଇଥିବା ୪ଜଣ ବରିଷ୍ଠ ଓଏଏସଙ୍କ ବଦଳି ବାତିଲ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଡିଏ ଏନଫୋର୍ସମେଂଟ ଅଧିକାରୀ ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କର ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ (ତଦନ୍ତ) ଭାବେ ବଦଳି ହୋଇଛି। ସେହିପରି ବୋର୍ଡ ଅଫ ରେଭନ୍ୟୁ ଅତିରିକ୍ତ ସଚିବ ସନ୍ତୋଷୀ ସାହୁଙ୍କ ବଦଳିକୁ ବାତିଲ କରାଯାଇଛି। ତାଙ୍କର ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ (ତଦନ୍ତ) ଭାବେ ବଦଳି ହୋଇଥିଲା।

ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମର ଜେନେରାଲ ମ୍ୟାନେଜର ସରିତା ଧନୱରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ତାଙ୍କର ବଦଳି ରାଜ୍ୟ ଯୋଗାଣ ନିଗମ ଜେନେରାଲ ମ୍ୟାନେଜର ଭାବେ ହୋଇଥିଲା। ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ତହସିଲଦାର ବିମଳା ବିରୁଳିଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ପ୍ରଶାସନ) ଭାବେ ବଦଳି କରାଯାଇଛି। ପୂର୍ବରୁ ଏହି ପଦବୀକୁ ବଦଳି ହୋଇଥିବା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ବଦଳି ବାତିଲ ହୋଇଛି।

ଖୋର୍ଦ୍ଧା ଉପଜିଲ୍ଲାପାଳ ସୁଚେତା ମହାପାତ୍ରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି। ପୂର୍ବରୁ ଏହି ପଦବୀକୁ ବଦଳି ହୋଇଥିବା ସୁଧାକର ଶବରଙ୍କ ବଦଳିକୁ ବାତିଲ କରାଯାଇଛି। ସୁଧାକର ଶବର ଏବେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଅଛନ୍ତି। ଏହାଛଡା କସ୍ତୁରୀବାଳା ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *

Back to top button