ରାଘବ-ପରିଣିତିଙ୍କ ନିର୍ବନ୍ଧ ସରିଲା

ନୂଆଦିଲ୍ଲୀ : ଆପ୍ ସାଂସଦ ରାଘବ ଚଢା ଓ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଜି ପରିବାର ଓ ସାଙ୍ଗମାନଙ୍କ ଗହଣରେ ନିର୍ବନ୍ଧ ଶେଷ ହୋଇଛି। ଏହାର ଫଟୋ ସେୟାର କରି ନିର୍ବନ୍ଧର ସୂଚନା ଦେଇଛନ୍ତି ରାଘବ ଓ ପରିଣିତି।

ଖବର ଅନୁଯାୟୀ ରାଘବ ଓ ପରିଣିତିଙ୍କ ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ। ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ଉତ୍ସବରେ ସାମିଲ ହୋଇଥିଲେ। ଏମାନଙ୍କ ବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା ଓ କପିଲ ସିବଲଙ୍କ ଭଳି ନେତା ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button