ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ ହେବ କଡା ମୁକାବିଲା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ବିଜେପି ନାଁ କଂଗ୍ରେସ କିଏ ଗଢିବ ସରକାର। ବିଧାନସଭା ନିର୍ବାଚନ ପୂର୍ବର ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଦୁଇ ଦଳର ନେତା କହୁଛନ୍ତି ଆମେ ସରକାର ଗଠନ କରିବୁ। ଅନ୍ୟପକ୍ଷରେ ରାଜନୈତିକ ଦଳ ଗୁଡିକ ସେମାନଙ୍କ କ୍ଷମତା ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ହେଲେ ବିଭିନ୍ନ ନ୍ୟୁଜ ଚ୍ୟାନେଲ ଓ ଏଜେନ୍ସି ନିର୍ବାଚନ ଫଳାଫଳକୁ ନେଇ ଆରମ୍ଭ କରିଛନ୍ତି ସର୍ଭେ।

ଖବର ଅନୁଯାୟୀ ଇଣ୍ଡିଆ ଟିଭି ଜନମତ ସର୍ଭେ ରିପୋର୍ଟ କହୁଛି ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ। ସରକାର ଗଠନ କରିବ କଂଗ୍ରେସ। ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ ମଧ୍ୟରୁ କଂଗ୍ରେସକୁ ମିଳିପାରେ ୧୧୮ରୁ ୧୨୮ ଆସନ। ସେହିଭଳି ବିଜେପିକୁ ୧୦୨ରୁ ୧୧୦ ଆସନ ମିଳିବାର ସମ୍ଭାବନା ରହିଛି।

ସେହିପରି ଟାଇମ୍ସ ନାଓଁ ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସକୁ ୪୨ ପ୍ରତିଶତ ଲେଖାଏଁ ଭୋଟ ମିଳିପାରେ। କଂଗ୍ରେସକୁ ମୋଟ ଉପରେ ୪୩.୮୦ ପ୍ରତିଶତ ଭୋଟ ସହ ୧୧୮ ରୁ ୧୨୮ ଆସନ ମିଳିବାର ସମ୍ଭାବନା ଥିବା ବେଳେ ବିଜେପି ୪୨ ପ୍ରତିଶତ ଭୋଟ ସହ ୧୦୨ ରୁ ୧୧୦ ଆସନରେ ବିଜୟୀ ହେବ ବୋଲି ଜନମତ ସର୍ଭେରେ କୁହାଯାଇଛି।

ସୂଚନାଯୋଗ୍ୟ ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୯ ଓ କଂଗ୍ରେସକୁ ୧୧୪ଟି ଆସନ ମିଳିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ସହଯୋଗୀ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା। ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଗଠନ ହୋଇଥିଲା ବିଜେପି ସରକାର।

Leave a Reply

Your email address will not be published. Required fields are marked *

Back to top button