ଉତ୍ତର କୋରିଆର ଧମକ ଆମେରିକାର ସ୍ପାଏ ସାଟେଲାଇଟ୍ ନଷ୍ଟ କରିଦେବୁ

ସିଓଲ୍ : ଉତ୍ତର କୋରିଆର ଚେତାବନୀ। ଆମ ମହାକାଶ ସମ୍ବଳ ଉପରେ ଆମେରିକା ଆକ୍ରମଣ କଲେ ସ୍ପାଏ ସାଟେଲାଇଟ୍ ଗୁଡ଼ିକୁ ଧ୍ଵଂସ କରିଦେବୁ। ସେଇପରି ଉତ୍ତର କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଆମେରିକାର ଏତାଦୃଶ କାର୍ଯ୍ୟକୁ ଯୁଦ୍ଧଘୋଷଣା ଭାବେ ବିବେଚନା କରାଯିବ।
ଖବର ଅନୁଯାୟୀ ଉତ୍ତର କୋରିଆ ଗତ ସପ୍ତାହରେ ଗୁପ୍ତଚର ସାଟେଲାଇଟ୍ ଆକାଶକୁ ଛାଡ଼ିଥିଲା। ଯାହାକୁ ମହାକାଶ ସମ୍ବଳ ବୋଲି କହିଛି। ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଅନେକ ପ୍ରକାରର ଓଲଟପାଲଟ ପଦ୍ଧତି ପ୍ରୟୋଗ କରି ୱାସିଂଟନ୍ ମହାକାଶରେ ପ୍ରତିକୂଳ ବାତାବରଣ ଓ ପ୍ରତିଦ୍ଵନ୍ଦ୍ଵିତା ସୃଷ୍ଟି କରୁଥିବା ସାମଗ୍ରୀକୁ ପ୍ରତିହତ କରିପାରିବ। ଏହାକୁ ନେଇ ଉତ୍ତର କୋରିଆ ଟିପ୍ପଣୀ ଦେଇଛି ଯଦି ୱାସିଂଟନ୍ ଉତ୍ତର କୋରିଆର ସୀମା ଲଙ୍ଘିବାକୁ ଚେଷ୍ଟା କରେ ତେବେ ଆମେରିକୀୟ ସ୍ପାଏ ସାଟେଲାଇଟ୍ ଗୁଡ଼ିକୁ ସେ ନଷ୍ଟ କରିଦେବ।