କେଜି ୬୦ ଟଙ୍କା ମୂଲ୍ୟରେ ମିଳିବ ଡାଲି

ନୂଆଦିଲ୍ଲୀ : ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟମାଟୋ ପରି ଶସ୍ତାରେ ଡାଲି ବିକିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହରଡ, ମୁଗ ଓ ବିରିଡାଲିର ଦର ନିୟନ୍ତ୍ରଣ ଲାଗି ସରକାର ରିହାତି ଦରରେ ଚଣାଡାଲି ବିକିବାକୁ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଦେଶରେ ନାଫେଡର ୭୦୩ଟି ଷ୍ଟୋରରେ ଚଣାଡାଲି ଶସ୍ତା ଦରରେ ଯୋଗାଇ ଦିଆଯିବ। ଏହାଛଡା ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର, ମଦର ଡାୟରୀର ସଫଳ ରିଟେଲ ଷ୍ଟୋରରେ ମଧ୍ୟ ଏହି ଡାଲି ଉପଲବ୍ଧ ହେବ। ବଜାରରେ ଏବେ ଚଣାଡାଲି କେଜି ପିଛା ୭୦ରୁ ୮୦ ଟଙ୍କା ଦରରେ ବିକ୍ରି ହେଉଛି। ସରକାରୀ ଷ୍ଟୋରରେ ଏହାକୁ କେଜିପିଛା ୬୦ ଟଙ୍କା ଦରରେ ଯୋଗାଇ ଦିଆଯିବ। ସେଥିପାଇଁ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ ସବସିଡି ଡାଲି ବିକ୍ରି ଶୁଭାରମ୍ଭ କରିଛନ୍ତି। ଭାରତ ଡାଲି ବ୍ରାଣ୍ଡରେ ଚଣାଡାଲି ୧ କେଜି ପ୍ୟାକେଟ୍‌ ୬୦ ଟଙ୍କା ଓ ୩୦ କେଜିର ପ୍ୟାକେଟ୍ କେଜି ପିଛା ୫୫ ଟଙ୍କା ଦରରେ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *

Back to top button