ଡିଜେଲ ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବାକର ବୃଦ୍ଧି ପ୍ରସ୍ତାବ ଦେବେ ଗଡ଼କରୀ

ନୂଆଦିଲ୍ଲୀ : ଡିଜେଲ ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ଯାହା ଏବେ ଡିଜେଲ ଗାଡ଼ି ଚାଳକଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି।

ଖବର ଅନୁଯାୟୀ ସୋସାଇଟି ଅଫ ଭାରତୀୟ ଅଟୋମୋବାଇଲ ନିର୍ମାତା ସମ୍ମିଳନୀରେ ନୀତିନ କହିଛନ୍ତି ମୁଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଡିଜେଲ ଇଞ୍ଜନ ଓ ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ଜିଏସ୍‌ଟି ଲାଗୁ ପାଇଁ ଅନୁରୋଧ କରିବାର ଯୋଜନା କରିଛି। କାରଣ ଡିଜେଲ ଯାନଗୁଡ଼ିକ ଦ୍ୱାରା ପରିବେଶ ଅଧିକ ପ୍ରଦୂଷଣ ହେଉଛି। ତେଣୁ ସରକାର ରାସ୍ତାରୁ ଡିଜେଲ ଯାନଗୁଡ଼ିକର ସଂଖ୍ୟା ହ୍ରାସ କରିବା ପାଇଁ ଚାହୁଁଛନ୍ତି।

ସେ କହିଛନ୍ତି ୨୦୧୪ରୁ ଡିଜେଲ କାର୍‌ ଉତ୍ପାଦନରେ ହ୍ରାସ ଘଟିଛି। ପୂର୍ବରୁ ମୋଟ୍‌ ଉତ୍ପାଦନର ୫୨ ପ୍ରତିଶତ ଅଂଶ ଗ୍ରହଣ କରାଯାଉଥିଲା। ଏବେ ଏହା ହ୍ରାସ ପାଇ ୧୮ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ନୂତନ ଡିଜେଲ କାର୍‌ ତିଆରି କରିବା ଠିକ୍‌ ନୁହେଁ। ଦେଶରେ ଡିଜେଲ୍‌ କାର୍‌ ଗୁଡ଼ିକର ବ୍ୟବହାର କମ୍‌ କରାଯିବା ଉଚିତ୍‌।

Leave a Reply

Your email address will not be published. Required fields are marked *

Back to top button