ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ କାମ ସମାନ ନୁହେଁ : କୋର୍ଟ

ନୂଆଦିଲ୍ଲୀ : ଏଲୋପାଥି ଓ ଆୟୁର୍ବେଦ ଡାକ୍ତର ଡାକ୍ତର ସମାନ କାମ କରୁନାହାନ୍ତି। ତେଣୁ ଦରମା ସମାନ ମିଳିବା କଥା କୁହାଯାଇପାରିବ ନାହିଁ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ବୁଧବାର ସର୍ବୋଚ୍ଚ କୋର୍ଟ କହିଛନ୍ତି ଏଲୋପାଥି ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି ଓ ଟ୍ରମା କେୟାର କରିବାରେ ସକ୍ଷମ। କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଏହା କରିପାରିବେ ନାହିଁ। ସେହିପରି ଜଟିଳ ଅସ୍ତ୍ରୋପଚାର କରୁଥିବା ସର୍ଜନମାନଙ୍କୁ ସାହାଯ୍ୟ କରିବା ଆୟୁର୍ବେଦ ଡାକ୍ତରଙ୍କ ପକ୍ଷରେ ସମ୍ଭବ ନୁହେଁ। ହେଲେ ଏମବିବିଏସ ଡାକ୍ତରମାନେ ଏହା କରିପାରିବେ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ ଆମେ ଏହା କହିବାକୁ ଚାହୁଁନାହୁଁ। ଚିକିତ୍ସା ବିଜ୍ଞାନର ଏହି ଦୁଇଟି ପ୍ରଣାଳୀର ସାପେକ୍ଷ ଗୁଣକୁ ଆକଳନ କରିବା ଆମର ଅଧିକାର କିମ୍ବା କ୍ଷମତା ଭିତରେ ନାହିଁ। ତେଣୁ ଇତିହାସରେ ପ୍ରତ୍ୟେକ ବିକଳ୍ପ ଚିକିତ୍ସା ପଦ୍ଧତିର ନିଜର ଗୌରବମୟ ସ୍ଥାନ ରହିପାରିବ ଏଥିରେ ଆମର କୌଣସି ସନ୍ଦେହ ନାହିଁ। ଆଜିକାଲି ସ୍ୱଦେଶୀ ଔଷଧର ଡାକ୍ତରମାନେ ଜଟିଳ ଅସ୍ତ୍ରୋପଚାର କରୁନାହାନ୍ତି। ଆୟୁର୍ବେଦର ଅଧ୍ୟୟନ ସେମାନଙ୍କୁ ଏହି ଅସ୍ତ୍ରୋପଚାର କରିବାର ଅଧିକାର ଦେଇନାହିଁ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button