ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ୭ କିମି ଲମ୍ବା ସୁଡ଼ଙ୍ଗ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ସୁଡ଼ଙ୍ଗ। ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବି ଏହି ସୁଡ଼ଙ୍ଗର ଲମ୍ବ ପ୍ରାୟ ୭ କିମିର। ବ୍ରିଟିସ୍‌ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେବାପାଇଁ ସ୍ଥାନାନ୍ତର କରିବା ବେଳେ ପ୍ରତିରୋଧରୁ ବର୍ତ୍ତିବା ପାଇଁ ଏହି ସୁଡଙ୍ଗ ବ୍ୟବହାର କରୁଥିଲେ।

ସେ କହିଛନ୍ତି ଏହି ସୁଡ଼ଙ୍ଗର ଇତିହାସକୁ ନେଇ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ସୁଡ଼ଙ୍ଗର ଆରମ୍ଭ ଓ ଶେଷ ସଂପର୍କରେ ସୁରାକ୍‌ ମିଳିଥିବାରୁ ଆଗକୁ ଅଧିକ ଖୋଦେଇ ହେବନାହିଁ ବୋଲି ସେ କହିଛନ୍ତି। ଏହି ସୁଡ଼ଙ୍ଗ ସଂପର୍କରେ ପ୍ରଥମେ ୨୦୧୬ ଫେବ୍ରୁଆରି ୫ ତାରିଖରେ ଜଣାପଡ଼ିଥିଲା। ଏବେ ଯେଉଁସ୍ଥାନରେବିଧାନସଭା ଅଛି ପୂର୍ବରୁ ସେଠାରେ ବ୍ରିଟିଶ୍‌ ଅଦାଲତ ଥିଲା ଏବଂ ସେଠାରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦଣ୍ଡାଦେଶ ହେଉଥିଲା।

Leave a Reply

Your email address will not be published. Required fields are marked *

Back to top button