ମୟୂରଭଞ୍ଜର ଦୁଇ ବିଜେଡି ନେତା ବହିଷ୍କୃତ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଭ୍ୟ ଜଲେନ୍ ନାୟକ ଓ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିରିଙ୍ଗି ବ୍ଲକର ଅଧ୍ୟକ୍ଷ ପରମେଶ୍ୱର ସମ୍ପଦ ବିଜୁ ଜନତାରୁ ବହିଷ୍କୃତ ହୋଇଛନ୍ତି।

ଖବର ଅନୁଯାୟୀ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ନିଆଯାଇଛି ଏହି ପଦକ୍ଷେପ। ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ଦୁଇ ନେତାଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ଖଣ୍ଡପଡା ଓ ରେମୁଣା ବିଧାୟକଙ୍କୁ ଦଳରୁ ବହିଷ୍କାର କରଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button