ନାବାଳିକା ଦୁଷ୍କର୍ମ ପାଇଁ ମିଳିବ ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ : ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଜାଣିଶୁଣି ନିଜର ଶବ୍ଦ, ଆଚରଣ ଓ ବୈଦ୍ୟୁତ ଯୋଗାଯୋଗ ଦ୍ୱାରା କ୍ଷତି କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣକାରୀଙ୍କୁ ମିଳିବ ଆଜୀବନ ଜେଲଦଣ୍ଡ। ନଚେତ ଜେଲ ଦଣ୍ଡ ୭ ବର୍ଷ ଯାଏ ବଢ଼ିବ ଓ ଜରିମାନା ଲାଗୁ ହେବ। ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଆଗତ କରିଥିବା ବିଲ୍‌ରେଏହି ବ୍ୟବସ୍ଥା ରହିଛି। ଏଥିସହ ଭିଡ଼ ହିଂସା ଓ ନାବାଳିକା ଦୁଷ୍କର୍ମ ପାଇଁ ମିଳିବ ମୃତ୍ୟୁ ଦଣ୍ଡ। ଗଣଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ।

ଖବର ଅନୁଯାୟୀ ଚେନ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିପାରେ। କୌଣସି ଅପରାଧରେ କେହି ଗିରଫ ହେଲେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ। ଏଥିପାଇଁ ଜଣେ ସ୍ୱତନ୍ତ୍ର ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ଏହାଛଡା ସାଙ୍ଗଠନିକ ଅପରାଧ ପାଇଁ ମୃତ୍ୟୁ ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇ ପାରିବ। କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଖଲାସ କରାଯାଇ ପାରିବ ନାହିଁ। ଏ୩ ବର୍ଷ ମଧ୍ୟରେ ମିଳିବ ନ୍ୟାୟ।

Leave a Reply

Your email address will not be published. Required fields are marked *

Back to top button