ଲିଭ୍ ଇନ ପାର୍ଟନରକୁ ହତ୍ୟା କରିଥିବା ଅଭିଯୁକ୍ତ କହିଲା ମୁଁ ନପୁଂସକ

ମୁମ୍ବାଇ : ମୁମ୍ବାଇର ମୀରା ରୋଡ୍‌ ଆପାର୍ଟମେଣ୍ଟ୍‌ରେ ଲିଭ୍‌-ଇନ୍‌ ପାର୍ଟନର୍‌ଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରିଥିଲେ ୫୬ ବର୍ଷିୟ ମନୋଜ ସାନେ। ଗିରଫ ହେବା ପରେ ପୋଲିସ ଆଗରେ ସେ ସତ ଓଗାଳିଥିବା ବେଳେ କହିଛି ମୁଁ ନପୁଂସକ ଓ ଏଡସ ରୋଗୀ।

ଖବର ଅନୁଯାୟୀ ଅଭିଯୁକ୍ତ ମନୋଜ ସାନେ ପୋଲିସକୁ ଅନେକ କଥା କହିଛି। ସାମ୍ନାକୁ ଆସିଥିବା ତଥ୍ୟ ହେଲା ଶାରୀରିକ ସମ୍ପର୍କ ମନୋଜ ପସନ୍ଦ। ତେଣୁ ସେ ଅନେକ ଡେଟିଂ ଆପରେ ଝିଅମାନଙ୍କ ସହିତ ଯୋଗାଯୋଗ କରୁଥିଲା। ସେଥିପାଇଁ ଲିଭ୍ ଇନ୍ ପାର୍ଟନରଙ୍କ ସହ ତାଙ୍କର ଅନେକ ଥର ଝଗଡ଼ା ହୋଇଥିଲା। କିନ୍ତୁ ଅଭିଯୁକ୍ତ ପୋଲିସ ଆଗରେ ନିଜକୁ ନପୁଂସକ ଓ ଏଡସ ରୋଗୀ ବୋଲି କହିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହାଛଡା ଲିଭ୍ ଇନ୍ ପାର୍ଟନର ଆତ୍ମହତ୍ୟା କରିଥିବା ଅଭିଯୁକ୍ତ କହୁଛି। ହେଲେ ହତ୍ୟା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଅଭିଯୁକ୍ତ ମନୋଜ ସାନେ ଓ ୩୬ ବର୍ଷୀୟ ‘ଲିଭ୍‌-ଇନ୍‌’ ପାର୍ଟନର୍‌ ସରସ୍ଵତୀ ବୈଦ୍ୟ ଗତ ୩ ବର୍ଷ ହେବ ଗୀତା ନଗର ଫେଜ୍‌ ୭ର ଗୀତା ଆକାଶ ଦୀପ ବିଲ୍‌ଡିଙ୍ଗ୍‌ର ୭୦୪ ନମ୍ବର ଫ୍ଲାଟ୍‌ରେ ରହୁଥିଲେ। ମନୋଜଙ୍କର ବୋରିୱାଲିରେ ଛୋଟ ଦୋକନଟିଏ ଅଛି। ଦୁହେଁ ରହୁଥିବା ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା କଥା ସ୍ଥାନୀୟ ବାସିନ୍ଦା ନୟନାନଗର ଥାନାକୁ ଜଣାଇବା ପରେ ଘଟଣା ଲୋକ ଲୋଚନକୁ ଆସିିଥିଲା।

Leave a Reply

Your email address will not be published. Required fields are marked *

Back to top button