ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର

ବ୍ରହ୍ମପୁର : ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଶେଷକୃତ୍ୟ ସମ୍ପନ୍ନହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛି ମର ଶରୀର।

ଖବର ଅନୁଯାୟୀ ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷକୃତ୍ୟ ତାଙ୍କର ସଂପନ୍ନ ହୋଇଛି। ବଡ଼ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ପରିବାରର ଅନ୍ୟ ସଦସ୍ୟ, ସଂପର୍କୀୟ, ବନ୍ଧୁବାନ୍ଧବ, ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସେହିପରି ଗଂଜାମ ଜିଲ୍ଲାର ବହୁ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ପୂର୍ବରୁ ସ୍ଵର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରରେ ଛତ୍ରପୁରର ଡିଆରଡିଏ ଛକଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବହୁ ଦଳୀୟ ନେତୃମଣ୍ଡଳୀ, ଜନ ପ୍ରତିନିଧି ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ସାହୁ, ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ନଗର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଯୁବ ନେତା କିଶୋର ବେହେରା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button